ଶ୍ରେୟ ତରଙ୍ଗ ( ବିୟୁରୋ): ଶିଶୁ ମାନଙ୍କ ପ୍ରତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭଲ ପାଇବାକୁ ସ୍ମରଣ କରି ଆଜି ସାରା ଦେଶରେ ଶିଶୁ ଦିବସ ପାଳନ କରୁଛି । ଭୁବନେଶ୍ୱର ସ୍ଥିତ ଉଡ଼ାନ ଓଡ଼ିଶା ଚାରିଟେବୁଲ୍ ଟ୍ରଷ୍ଟ ଏବଂ ଦାଶରଥି ସ୍ମୃତି ପରିଷଦ, କୁମ୍ଭାରପଡ଼ାର ମିଳିତ ଆନୁକୂଲ୍ୟରେ ଏହି ପବିତ୍ର ଦିବସ ପାଳନ ସହିତ ଶିକ୍ଷକ ଦିନେଶ କୁମାର ଲେଙ୍କାଙ୍କ ପିତା ସ୍ୱର୍ଗତ ଦାଶରଥି ଲେଙ୍କାଙ୍କ ସ୍ମୃତିରେ ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଚିତ୍ରାଙ୍କନ, ଓଡ଼ିଆ କବିତା ଲିଖନ, ଶ୍ଳୋକ ଆବୃତ୍ତି ଏବଂ ପ୍ରବନ୍ଧ ପ୍ରତିଯୋଗିତାର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ, କଟକର ସହକାରୀ ପ୍ରଫେସର ଶ୍ରୀ ଗିରିଶ ଚନ୍ଦ୍ର ବେହେରା ଯୋଗ ଦେଇ ଶିଶୁମାନଙ୍କ ଭବିଷ୍ୟତ ଓ ଦେଶ ଗଠନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଇତିପୁରର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରା ଯୋଗଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିରାଣୀ ଷଡ଼ଙ୍ଗୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଗଦାଧର ସାହୁ ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଶ୍ରୀ ଦାସ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ବିଦ୍ୟାଳୟରେ ନୂଆ କରି ଯୋଗ ଦେଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ଦେବଯାନୀ ପଟ୍ଟନାୟକ ଙ୍କୁ ଏହି ଅବସରରେ ସ୍ୱାଗତ କରାଯାଇଥିଲା ମଞ୍ଚରେ ଉପସ୍ଥିତ ଥିଲେ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟିପୁରର ଶି୍ଷୟିତ୍ରୀ ଶ୍ରୀମତୀ ସୀମା ଶୁଭ୍ରଜିତା ସାହୁ, ଶ୍ରୀମତୀ ବିନୋଦିନୀ ନିଶଙ୍କ, ଶ୍ରୀମତୀ ବିଜୟା ଭଞ୍ଜ, ଶ୍ରୀମତୀ ଭକ୍ତିଲତା ପାଣି ଏବଂ ଶିକ୍ଷକ ଶ୍ରୀ ସବ୍ୟଜିତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥିଙ୍କ ଦ୍ୱାରା ପ୍ରତିଯୋଗିତାର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଏବଂ ମିଠା ବଣ୍ଟନ କରାଯାଇଥିଲା। ପୁରସ୍କାର ବିତରଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା,
ଉଡ଼ାନ୍ ଓଡ଼ିଶା ଚାରିଟେବୁଲ୍ ଟ୍ରଷ୍ଟର ସଂଯୋଜକ ଶିକ୍ଷକ ଦିନେଶ କୁମାର ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସଫଳ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳରେ ଉଭୟ ଅନୁଷ୍ଠାନକୁ ପ୍ରଶଂସା କରାଯାଇଛି।

