କନ୍ଧମାଳ (ଶ୍ରେୟ ତରଙ୍ଗ): ଫିରିଙ୍ଗିଆ ବ୍ଲକ୍ ଡିମିରିଗୁଡା ପଞ୍ଚାୟତ, ପଟାକିଲୋ ଗ୍ରାମର ଭକ୍ତ ଚରଣ ମଲ୍ଲିକ, 35 ବର୍ଷ , ବାଙ୍ଗାଲୋର କୁ କାମ କରିବାକୁ ଯାଇଥିବା ବେଳେ, ସେଥି ଦୁବୃର୍ତ୍ତ ମାନଂକ ଦ୍ଵାରା ଅପହରଣ ହୋଇ ନିର୍ଯାତନା ର ଶିକାର ହେଉଥିବା ବେଳେ, ଦଶ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ରଖିଛନ୍ତି ଦୁବୃର୍ତ୍ତ ମାନେ ।

ପରିବାର ଲୋକଙ୍କ ଠାରୁ ସୂଚନା ଅନୁସାରେ, ଗୋଟିଏ ମାସ ତଳେ ଭକ୍ତ ବାଙ୍ଗାଲୋର କାମ କରିବାକୁ ଯାଇଥିଲେ । ସେଥି ପହଞ୍ଚିବାର 3 ଦିନ ପରେ ଘରକୁ ଫୋନ ଆସିଥିଲା, ତୁରନ୍ତ 10 ଲକ୍ଷ ଟଙ୍କା ଦିଅ, ନହେଲେ ଜୀବନ ରୁ ମାରିଦେବୁ । ଏହି ଘଟନା ପରେ, ପରିବାର ଲୋକ ବହୁତ୍ କଷ୍ଟ ରେ ଏକ ଲକ୍ଷ୍ୟ ସତୁରୀ ହଜାର ଟଙ୍କା ଯୋଗାଡ କରି ପଠାଇଥିଲେ । ଅବଶିଷ୍ଟ ଟଙ୍କା ପଠେଇ ପାରିବି ନାହିଁ ବୋଲି କହିଥିଲେ । ବାଙ୍ଗାଲୋର ରେ ଅକଥ ନୀୟ ନିର୍ଯାତନା ର vdo ପଠେଇ ଥିଲେ ଦୁବୃର୍ତ୍ତ ମାନେ ।

ପରିବାର ଲୋକ ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ, ଶେଷ ଉପାୟ ନ ପାଇ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଭେଟିଥିଲେ ପରିବାର ଲୋକ । ସାଂସଦ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି, ଖୁବଶିଘ୍ର ଭକ୍ତଙ୍କୁ ଉଦ୍ଧାର କରାଯିବ । ଭକ୍ତ୍ତଙ୍କ ସ୍ତ୍ରୀ ଓ ବଡ ଭଉଣୀ ସାଂସଦଙ୍କୁ ଭେଟି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ବାଙ୍ଗାଲୋର ପୋଲିସ ସହ ଯୋଗାଯୋଗ କରିବା ପରେ, ଭକ୍ତଙ୍କୁ ଏବେ ଉଦ୍ଧାର କରାଯାଇ ଏକ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ତେବେ ଅପହରଣ କରି ନେଇଥିବା ଦୁବୃର୍ତ୍ତ ମାନେ ଫେରାର ଥିବା ସୂଚନା ମିଳିଛି ।

