ଭୁବନେଶ୍ୱର : (ଶ୍ରେୟ ତରଙ୍ଗ): ଆଜି ଲୋୟର ପିଏମଜି ରେ କଂଗ୍ରେସ ପୋଲିସ ମୁହାମୁହିଁ ହୋଇଥିବା ବେଳେ, କଂଗ୍ରେସ କର୍ମୀଙ୍କ ଆକ୍ରମଣ ରେ ସାମ୍ବାଦିକ, ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ସନ୍ଧ୍ୟାରେ ଆହତ ଟିଭି ସାମ୍ବାଦିକ ଙ୍କୁ ଫୋନ କରି ସ୍ଵାସ୍ଥ୍ୟ ଅବସ୍ଥା ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି । ସେହିଭଳି କ୍ୟାପିଟାଲ ହସ୍ପିଟାଲ ରେ ଆହତ ପୋଲିସ କର୍ମଚାରୀ ମାନଙ୍କୁ ଭେଟିବା ସହ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ପୋଲିସ ମହାନିର୍ଦ୍ଦେଶକ। ଏଥିସହ ଟିଭି ସାମ୍ବାଦିକ ଙ୍କୁ ମଧ୍ୟ ଭେଟିଛନ୍ତି । ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ମୁଁ ଆହତଙ୍କୁ ଭେଟିବାକୁ ଆସିନି। ଦେଖିବାକୁ ଆସିଥିଲି, ଆଜି କେମିତି ଥିଲା ଅସାମାଜିକ ଲୋକଙ୍କ କାର୍ଯ୍ୟକଳାପ। କଂଗ୍ରେସର ବିଧାନସଭା ଘେରାଉ ବେଳେ ଧସ୍ତାଧସ୍ତିରେ ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ମେଡିକାଲରେ ଭେଟିଛନ୍ତି ଡିଜିପି ୱାଇବି ଖୁରାନିଆ।

ଯେଉଁମାନେ ପୋଲିସ ବର୍ଦ୍ଦିରେ ହାତ ମାରିଛନ୍ତି, କାହାକୁ ଛଡ଼ା ଯିବ ନାହିଁ। ଅସାମାଜିକ କାର୍ଯ୍ୟ କଲେ କାହାରିକୁ ଛାଡ଼ିବୁ ନାହିଁ। ଖୋଜି ଖୋଜି ଧରା ଯିବ। ତାଙ୍କୁ ଜେଲରେ ପୂରାଯିବ। ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ ଡିଜି

