କନ୍ଧମାଳ, ( ଶ୍ରେୟ ତରଙ୍ଗ): ସ୍ଵାମୀ ଲକ୍ଷଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାଣ୍ଡକୁ ୧୭ ବର୍ଷ ପୂର୍ତ୍ତୀ ହେଇଛି । ତେଣୁ ଆଜିର ଦିନକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବଳିଦାନ ଦିବସ ଭାବେ ପାଳନ କରାଯାଉଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ଫୁଲବାଣୀରେ ସ୍ୱାମୀଜୀଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକ ସହିତ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି ଫୁଲବାଣୀର ଗାନ୍ଧୀ ସ୍ମୃତି ଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ସଭାରେ ମୁଖ୍ୟ ଅତିଥି ବି.ଏଚ.ପି ର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ତଥା ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ସେବା ପ୍ରମୁଖ ଅଜୟ ପାରିକ,କଲିକତା କ୍ଷେତ୍ର ସେବା ପ୍ରମୁଖ ହରିଶ ଚନ୍ଦ୍ର ପ୍ରଧାନ, ବି.ଏଚ.ପି ର ଜିଲ୍ଲା ସଭାପତି ପ୍ରମୋଦ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ରବିନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ !ଏହା ସହିତ ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ବି.ଏଚ.ପି କାର୍ଯ୍ୟକର୍ତା ଏବଂ ସ୍ୱାମୀଜୀଙ୍କ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ !ସଭାରେ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ମାନେ ପ୍ରଥମେ ବ୍ରହ୍ମଲୀନ ସ୍ଵାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ସଭାରେ ମୁଖ୍ୟ ଅତିଥି ଏବଂ ଅନ୍ୟ ମାନେ ନିଜ ବକ୍ତବ୍ୟରେ ସ୍ଵାମୀଜି ଙ୍କ ଜୀବନ ବ୍ୟାପୀ ଜନସେବା ଓ ତ୍ୟାଗ ବାବଦରେ କହିବା ସହିତ ସ୍ଵାମୀଜି ଙ୍କ ହତ୍ୟାକାଣ୍ଡ କୁ 17 ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପ୍ରକୃତ ହତ୍ୟାକାରୀ ମାନେ ଧରାପଡ଼ିନାହାନ୍ତି !ଦୁଇଟି ଦୁଇଟି କମିଶନ ର ରିପୋର୍ଟକୁ ବିଗତ ବିଧର୍ମୀ ସରକାର ଚାପି ଦେଇଥିଲେ କିନ୍ତୁ ବର୍ତମାନର ରାଜ୍ୟ ସରକାର ଏହି କମିଶନ ର ରିପୋର୍ଟକୁ ଅତିଶୀଘ୍ର ସାର୍ବଜନୀନ କରିବେ ଏବଂ ସ୍ୱାମୀଜୀ ଙ୍କ ପ୍ରକୃତ ହତ୍ୟାକାରୀ ମାନେ ଚି଼ହ୍ନଟ ହେବା ସହିତ ସମଗ୍ର ହିନ୍ଦୁ ସମାଜ କୁ ନ୍ୟାୟ ମିଳିବ ବୋଲି କହିଥିଲେ !ଏଠାରେ ସୂଚନା ଯୋଗ୍ୟ ଯେ, 2008 ମସିହା ଅଗଷ୍ଟ 23 ତାରିଖ ଦିନ ସ୍ଵାମୀ ଲକ୍ଷଣାନନ୍ଦ ସରସ୍ଵତୀ ଏବଂ ତାଙ୍କର ଅନ୍ୟ 4 ଜଣ ଅନୁଗତଙ୍କୁ ଦୁର୍ବୁର୍ତ୍ତ ମାନେ ନିର୍ମମ ଭାବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା କନ୍ୟାଶ୍ରମରେ ହତ୍ୟା କରିଥିଲେ !ସେହି ଘଟଣାକୁ ଆଜି ତାରିଖ ଅନୁସାରେ 17 ବର୍ଷ ପୁରିଛି ଏବଂ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସ୍ଵାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା !

