ବୌଦ୍ଧ ( ଶ୍ରେୟ ତରଙ୍ଗ) : ବୌଦ୍ଧ ଜିଲ୍ଲା ଆଡେନିଗଡ ଠାରେ ନିର୍ମାଣ ଧିନ୍ ରେଲୱେ ଟନେଲ ଆଜି ଭୁଶୁଡ଼ି ଯାଇଛି । ସୂଚନା ଅନୁସାରେ, ଟନେଲ ନମ୍ବର- ୪ କାମ ଚାଲୁ ରହିଥିଲା । ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ମଧ୍ୟରେ ସବୁଠାରୁ ଲମ୍ବା ଏହି ଟନେଲ ଟି ଆଜି ଅପରାହ୍ନ ରେ ଭୁଷୁଡି ପଡ଼ିଛି ।

ପାଞ୍ଚ କିଲୋମିଟର ଲମ୍ବ ବିଶିଷ୍ଟ ଟନେଲ ରେ ୩୦ ମିଟର ଓସାର ରେ ଏକ ବୃହତ୍ ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ଏଥିରେ କୌଣସି ଶ୍ରମିକ ମୃତାହତ ହୋଇ ନଥିବା ରେଲୱେ ବିଭାଗ ସ୍ପଷ୍ଟ କରିଛି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡେନି ଗଡ଼ ପଞ୍ଚାୟତ ଅଞ୍ଚଳ ରେ ୪ ନମ୍ବର ଟନେଲ କାମ ଚାଲୁ ରହିଛି । Girl କମ୍ପାନୀ ଏହାର ନିର୍ମାଣ କରୁଥିବା ବେଳେ, ନିମ୍ନ ମାନର କାମ ଯୋଗୁଁ ଆଜି ଭୁଶୁଡିଥିବା ରେଳ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସେହି ଅଞ୍ଚଳ କୁ ସିଲ କରି ଦିଆଯାଇଛି । କେଉଁ କାରଣ ରୁ ଭୁସୁଡ଼ିଲା, ତାହାର ତଦନ୍ତ ପରେ ସ୍ପଷ୍ଟ କରିବ ବୋଲି ରେଳ ବିଭାଗ କହିଛି ।

