କନ୍ଧମାଳ (ବ୍ୟୁରୋ)୬/୨୫. ଫୁଲବାଣୀ ଜିଲ୍ଲାରେ ଭାଇରାଲ ହେଉଛି ମିଛ ସରକାରୀ ଚାକିରୀ ର ବିଜ୍ଞାପନ । ସୂଚନା ଅନୁସାରେ, ଫୁଲବାଣୀ ରେ ନୂତନ ଭାବେ ନିର୍ମାଣ ହେଉଥିବା ମେଡ଼ିକାଲ୍ କଲେଜ୍ ଏବେ ପୂର୍ଣ୍ଣାଙ୍ଗ ରୂପ ନେଉଥିବା ବେଳେ, ଅଳ୍ପ କିଛି କାମ ବାକି ଅଛି ଓ ଖୁବ୍ ଶୀଘ୍ର ଏହା ଉଦ୍ଘାଟନ ହେବ । କିନ୍ତୁ ଏବେଠାରୁ ମେଡ଼ିକାଲ୍ କଲେଜ୍ ର ବିଭିନ୍ନ ବିଭାଗ ରେ ପୋଷ୍ଟିଙ୍ଗ ପାଇଁ ବିଜ୍ଞାପନ ସୋସିଆଲ ମିଡ଼ିଆ ରେ ଘୁରି ବୁଲିଲାଣି । ଏହାକୁ ନେଇ ଏବେ କନ୍ଧମାଳ ଜିଲ୍ଲାର ଯୁବ ଗୋଷ୍ଠୀ ଚିନ୍ତାରେ । ବର୍ତ୍ତମାନ ସୁଦ୍ଧା ମେଡ଼ିକାଲ୍ କଲେଜ୍ ଅଧ୍ୟକ୍ଷ ନିଯୁକ୍ତି ହୋଇଥିବା ବେଳେ, ସେ ଏବେ ଛୁଟିରେ ଅଛନ୍ତି ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରି ଡ ସନ୍ତୋଷ ପାଢ଼ୀ ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ କୌଣସି ବିଜ୍ଞାପନ କି ସୂଚନା ଦିଆ ଯାଇ ନଥିବା ସ୍ପଷ୍ଟ କରିଛନ୍ତି କନ୍ଧମାଳ ସିଡିଏମଓ। କନ୍ଧମାଳ ଜିଲ୍ଲା ଭଳି ଏକ ଶାନ୍ତ ସରଳ ଜିଲ୍ଲାରେ କିଏ ଏଭଳି ଅପ ପ୍ରଚାର କରୁଛି ଓ କଣ ତାର ଉଦ୍ଦେଶ୍ୟ, ଜିଲ୍ଲା ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମାନେ ନିବେଦନ କରିଛନ୍ତି ।
Trending
- ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
- ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
- ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
- ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
- କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
- କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
- ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
- ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.

