ଆଜି ଜାନୁଆରୀ ୮ ତାରିଖ କବି ଯଦୁମଣିଙ୍କ ଜୟନ୍ତୀରେ ଭକ୍ତି ପୃତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଏହି ଦିନଟି ଜଣେ ନିଭୀକ କବିଙ୍କ ନିଭୀକ ସମାଲୋଚନାର କଥାକୁ ମନେପକାଇ ଦେଉଛି। କ୍ଷମତାରେ ଥାଇ ଶାସନ କରୁଥିବା ରଜାଙ୍କୁ । ତାଙ୍କର ଦୋଷ ତ୍ରୁଟି ସଂପର୍କରେ ଜଣାଇବା ଆଉ ସୁଧାରିବା ପାଇଁ ଶାଣିତ ଗଳାରେ ଶାଣିତ ସ୍ବରରେ,କବିତାର ସେହି କଟାକ୍ଷ ଶବ୍ଦ ମାଧ୍ଯମରେ ସମସ୍ୟା ସମାଧାନର ରାସ୍ତା ଦେଖାଇବା ଥୂଲା କବିଙ୍କ ମହନାତା। ହେଲେ ଆଜି ଯାଏଁ ତଥାକତ ସମାଜର ବଡ଼ପଣ୍ଡା ମାନେ ମଣିଙ୍କ ପାଇଁ କରିଛନ୍ତି କଣ । ଯେଉଁମାନଙ୍କ ଉପରେ ଇତିହାସ ଲେଖିବାର ଦାୟିତ୍ଵ ଥୂଲା ସେମାନେ କବିଙ୍କ ବିଷୟ ଭୁଲିଗଲେ କି …? କେବଳ କେଇ ଖଣ୍ଡ ବହିରେ କେମିତି କବିଙ୍କ କୀର୍ତ୍ତି ବଞ୍ଚି ରହିଛି । କାହିଁକି କବି ଯଦୁମଣିଙ୍କ କଥା ପାଠ୍ୟ ପୁସ୍ତକରେ ସାମିଲ ହୋଇନାହିଁ । ତାଙ୍କ ସମୟରେ ଏଭଳି କିଛି ଅବସ୍ଥା ଆଉ ବ୍ୟବସ୍ଥା ଦେଖ୍ ସେ ନିଜକୁ ଉତ୍କଳର ଘଣ୍ଟ ଉପାଧୂ ଦେଇଥିଲେ । ସେଥ୍ ପାଇଁ ସେ ଉତ୍କଳ ଘଣ୍ଟ । ହେଲେ ମହାନ୍ ଉତ୍କଳ ଘଣ୍ଟ ଯଦୁମଣିଙ୍କ ଜନ୍ମ ଦିନରେ ଆମେ ତାଙ୍କ ଘଣ୍ଟକୁ ପୁଣି ବଜାଇବା ପୁଣି ସେହି କ୍ଷମତାରେ ଥିବା ସରକାରଙ୍କ ନିକଟରେ ଯଦୁମଣିଙ୍କ ଘଣ୍ଟର ଶବ୍ଦ,କୁ କବିତାର ମାଧୁର୍ଯ୍ୟକୁ ବାରମ୍ବାର ପହଞ୍ଚାଇବା । ମଣିଙ୍କ ଜୟନ୍ତୀରେ ରାଜ୍ୟସରକାରଙ୍କୁ ଏତିକି ଅନୁରୋଧ, ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ବିଷୟରେ ପାଠ୍ୟ ପୁସ୍ତକରେ ପିଲାଙ୍କୁ ଗୋଟେ ବିଷୟ ପଢା ଯାଉ। ପାଠ୍ୟ ପୁସ୍ତକରେ ଯଦୁମଣିଙ୍କ ସାମିଲ କରିବା ପାଇଁ ରାଜ୍ୟ ସରକାର ଚେଷ୍ଟା ନିଶ୍ଚୟ କରନ୍ତୁ ।
ରଶ୍ମି ରଂଜନ ମିଶ୍ର, ଉପସ୍ଥାପକ ,, argus tv ଓଡ଼ିଶା ।

