ନୟାଗଡ଼ ( ଶ୍ରେୟ ତରଙ୍ଗ): ଓଡ଼ିଶା ଲୋକ ଦଳ ତରଫରୁ, ଟାଉନ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଶାନ୍ତନୁ ବିଶୋଇଙ୍କ ସହିତ ସାମାଜିକ କର୍ମୀ ଶ୍ରୀଧର ପ୍ରଧାନ, ରାଜ୍ୟ ସଭାପତି ତଥା ଓଡ଼ିଶା ଲୋକ ଦଳର ପ୍ରତିଷ୍ଠାତା ସନ୍ତୋଷ ନାରାୟଣ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ।
ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କୁ ଓଡ଼ିଶା ଲୋକ ଦଳ ସଭାପତି ଶାନ୍ତନୁ ବିଶୋଇ ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲାରେ ଏକ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା, କିଡ୍ନୀ ଓ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ଏବଂ କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପ ପ୍ରତିଷ୍ଠା ପାଇଁ ଗୁରୁତ୍ୱ ପ୍ରଦାନ ଉପରେ ସରକାର ଦୃଷ୍ଟି କେନ୍ଦ୍ରୀଭୂତ କରିବା ପାଇଁ ପ୍ରଶାସନକୁ ଅବଗତ କରାଇଥିଲେ।


