ନୟାଗଡ଼,( ଶ୍ରେୟ ତରଙ୍ଗ) : ପ୍ରତାପ ପ୍ରସାଦ ମା ଭୈରବୀ ଦେବୀ ମନ୍ଦିର ପରିସର ରେ ଛ ରାଜ୍ୟ ଶୁଣ୍ଢି ସମାଜର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଭାଗିରଥି ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ, ନିଖିଳ ଉତ୍କଳ ଶୁଣ୍ଢି ସମାଜର ବରିଷ୍ଠ ସଦସ୍ୟ ମଙ୍ଗରାଜ ସାହୁ, ଅଶୋକ କୁମାର ସାହୁ, ଅକ୍ଷୟ ସାହୁ, ପ୍ରଶାନ୍ତ ସାହୁ, ପ୍ରତାପ ସାହୁ ପ୍ରମୁଖ ବିଭିନ୍ନ ଉନ୍ନତିମୂଳକ କର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ

ଛ ରାଜ୍ୟ ଶୁଣ୍ଢି ସମାଜ ର ନୂତନ ସଭାପତି ରୂପେ ଜଳନ୍ଧର ସାହୁ ଙ୍କୁ ମନୋନୀତ କରିଥିବା ବେଳେ , ଲକ୍ଷ୍ମୀଧର ସାହୁ ଙ୍କୁ ଉପ ସଭାପତି , ଦେବରାଜ ସାହୁଙ୍କୁ ସମ୍ପାଦକ ଓ ଜଗବନ୍ଧୁ ସାହୁଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନୀତ କରିଥିଲେ । ୨୦୦ ରୁ ଅଧିକ ଶୁଣ୍ଢି ସମାଜ ର ଲୋକମାନେ ଉପସ୍ଥିତ ଥିଲେ ।

