ନୟାଗଡ଼(ଶ୍ରେୟ ତରଙ୍ଗ), ପବିତ୍ର ଶ୍ରୀପଞ୍ଚମୀ ରେ ଉତ୍ସବ ମୁଖର ହୋଇଛି ଗାଁ ରୁ ସହର । ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ କ୍ଳବ୍, ଅନୁଷ୍ଠାନ ସବୁଠି ମା ସରସ୍ଵତୀ ଙ୍କୁ ଆବାହନ କରାଯାଇ ପୂଜା କରାଯାଇଛି ।

ହିନ୍ଦୁ ରୀତିନୀତି ପରମ୍ପରା ରେ ବିଶ୍ୱାସ ରହିଛି, ଛାତ୍ରଛାତ୍ରୀ ମାନେ ମା ସରସ୍ଵତୀ ଙ୍କୁ ପୂଜା କରିଥାନ୍ତି । ବିଦ୍ୟାଦାତ୍ରୀ ରୂପେ ମାଙ୍କୁ ପୂଜା କରାଯାଏ । ଏଥିସହ ଶ୍ରୀପଞ୍ଚମୀ ରେ ବିଦ୍ୟାରମ୍ଭ, ନୂତନ ବ୍ୟବସାୟ, ଗୃହ ପ୍ରତିଷ୍ଠା ଠାରୁ ଆରମ୍ଭ କରି ଶୁଭ କର୍ମ ଆରମ୍ଭ କରାଯାଏ ।



