( ଶ୍ରେୟ ତରଙ୍ଗ ବ୍ୟୁରୋ ) : ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପବିତ୍ର ୫୮ ତମ ଜନ୍ମ ଉତ୍ସବ ବିଶ୍ୱର ବିଭିନ୍ନ ଦେଶ, ପ୍ରାନ୍ତ ରେ ଗୁରୁଭାଇ ମା ମାନେ ମହା ଆଡମ୍ବର ସହ ପାଳନ କରିଛନ୍ତି । ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ସରଳ ଜୀବନ ଶୈଳୀ, ଜୀବନ ବ୍ୟାପି ସାଧନା ବିଶେଷକରି , ସାଂପ୍ରତିକ ପରିବେଶ ପରିସ୍ଥିତି ରେ ସମସ୍ତେ ଶୁ ସଂଗଠିତ ହୋଇ ସରଳ ଜୀବନ ଶୈଳୀ ରେ କିଭଳି ବିଶ୍ଵ ଭାତୃତ୍ବ ବଜାୟ ରଖି ପରିବେଶ ପରିସ୍ଥିତି ସହ ଏକାଠି ହୋଇ ଚାଲିବେ, ଜୀବନ ରେ ଠାକୁର୍ ଙ୍କୁ ଗ୍ରହଣ କରି କିଭଳି ସାଧାରଣ ମଣିଷ ତାର ପରିବାର ପରିବେଶ ସହ ଚଳିବ, ସମାଜ ଦେଶ ପ୍ରତି କର୍ତ୍ତବ୍ୟ କୁ ଠିକ୍ ଭାବରେ ପାଳନ କରିବ, ନିଜେ ଠିକ୍ ରହି ସତ୍ ମାର୍ଗରେ ଚାଲିବ, ଆଚାର୍ଯ୍ୟ ଦେବଙ୍କ ପ୍ରେରଣା ସମସ୍ତଙ୍କୁ ଆକୃଷ୍ଟ କରି ପାରିଛି ।
ଫୁଲବାଣୀ ସତସଙ୍ଗ ବିହାର ରେ ଆଜି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଜନ୍ମ ଉତ୍ସବ ପାଳନ ହୋଇଛି । ସମବେତ ପ୍ରାର୍ଥନା, ସଦଗ୍ରନ୍ଥ ପାଠ, ଭଜନ କୋରସ, କୀର୍ତ୍ତନ ପରେ ସଦାଲୋଚନା ହୋଇଥିଲା । ଫୁଲବାଣୀ ସତସଙ୍ଗ ବିହାର ର ବରିଷ୍ଠ ରୀତ୍ୱିକ, କର୍ମୀ, ଗୁରୁଭାଇ ମା ମାନେ ସତସଙ୍ଗ ରେ ସାମିଲ ହୋଇଥିଲେ ପରେ ପ୍ରସାଦ ସେବନ କରିଥିଲେ ।

ଦସପଲା ସତସଙ୍ଗ ଶ୍ରୀ ମନ୍ଦିର ପରିସର ରେ ପ୍ରଭାତ ରୁ ଉଷା କୀର୍ତ୍ତନ, ପରେ ସଙ୍ଗିତାଞ୍ଜଳି, ଦିବ୍ୟ ସତସଙ୍ଗ ଆୟୋଜନ ହୋଇଥିଲା । ବରିଷ୍ଠ ରୀତ୍ଵିକ ସୁଶାନ୍ତ କୁମାର ପାତ୍ର, ଦାମୋଦର ସାହୁ, କ୍ଷେତ୍ରବାସୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଠାକୁର୍ ଙ୍କ ଜୀବନୀ ଆଲୋଚନା କରିଥିଲେ । ଦଶପଲ୍ଲା ସତସଙ୍ଗ ଶ୍ରୀମନ୍ଦିର ର କର୍ମୀ ମଣ୍ଡଳୀ, ଗୁରୁଭାଇ ଓ ମା ମାନେ ସତସଙ୍ଗ ଆୟୋଜନ କରିଥିଲେ ।

ନରସିଂହପୁର ସତସଙ୍ଗ ବିହାର ପରିସର ରେ ସୁନ୍ଦର ଭାବେ ଠାକୁର୍ ଙ୍କ ଶ୍ରୀ ବିଗ୍ରହ ସଜ୍ଜିତ ହୋଇଥିବା ବେଳେ, ଦିବ୍ୟ ସତସଙ୍ଗ ଆୟୋଜନ ହୋଇଥିଲା । ସହ ପ୍ରତିରୀତ୍ୱିକ୍ ବିଜୟ ପରିଡ଼ାଙ୍କ ଅଧ୍ୟକ୍ଷତା ରେ ସତସଙ୍ଗ ଆୟୋଜନ ହୋଇଥିଲା ।ସମବେତ ପ୍ରାର୍ଥନା, ଭଜନ କୀର୍ତ୍ତନ ଓ ଦିବ୍ୟ ଆଲୋଚନା ହୋଇଥିଲା । ନରସିଂହପୁର ବ୍ଲକ୍ ର ବିଭିନ୍ନ ଅଂଚଳରୁ ଶତାଧିକ ଗରୁଭାଇ ଓ ମା ମାନେ ସତସଙ୍ଗ ରେ ଯୋଗ ଦେଇଥିଲେ । ପରେ ପ୍ରସାଦ ସେବନ କରିଥିଲେ ।

କଣ୍ଟିଲୋ ସତସଙ୍ଗ ବିହାର ପରିସର ରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଜନ୍ମ ଉତ୍ସବ ପାଳନ ହୋଇ ଯାଇଛି । କଣ୍ଟିଲୋ, କରବର , ଭାପୁର, ଗଣିଆ, ଢୋଲମରା ପ୍ରଭୁତି ଅଞ୍ଚଲରେ ଆଜି ଶ୍ରୀ ଶ୍ରୀ ଅଚର୍ଯ୍ୟଦେବ ଙ୍କ ଜନ୍ମ ଉତ୍ସବ ପାଳନ ହୋଇଯାଇଛି । ଗୁରୁଭାଇ ଓ ମା ମାନେ ଉତ୍ସବ କୁ ସୁନ୍ଦର୍ ଭାବେ ପାଳନ କରିଥିଲେ ।


