କନ୍ଧମାଳ ( ଶ୍ରେୟ ତରଙ୍ଗ): ଉଦୟଗିରି-କଳିଙ୍ଗା ମୁଖ୍ୟ ରାସ୍ତା ରାଇପଦା ଛକ ନିକଟରେ ଦୁର୍ଘଟଣାରେ ଆହତ ଯୁବତୀଙ୍କୁ ଉଦ୍ଧାର କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶରତ କୁମାର ମଲ୍ଲିକ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି। ଦୁର୍ଘଟଣାର ଆହତ ହୋଇଥିବା ଯୁବତୀ ଜଣକ ହେଲେ ହେଲେ ଏସ୍ ପ୍ରତ୍ୟାଷା ପ୍ରଧାନ ଓ କୁରୁମିଙ୍ଗିଆ ଗ୍ରାମର ସତ୍ୟ ରଞ୍ଜନ ପ୍ରଧାନଙ୍କ ଝିଅ । ଦୁର୍ଘଟଣା ରେ ଆହତ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ଫେରୁଥିଲେ । ଶ୍ରୀ ମଲ୍ଲିକ ଘଟଣାସ୍ଥଳରୁ ଆହତ ଯୁବତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ବିଡ଼ିଓଙ୍କ ସାଥିରେ ଥିବା ବ୍ଲକ୍ କର୍ମଚାରୀ ଏଇଇ ଅସିତ୍ କୁମାର ସେଠୀ, ବିପିସି ଜଗନ୍ନାଥ ରଥ, ଏମଆଇ ପ୍ରଜ୍ଞା ପରମିତା ପ୍ରଧାନ, ବିଆରସି ମାନୁଆଲ ନାୟକ, ଗିଦିଆନ୍ ନାୟକ ପ୍ରମୁଖ ସହଯୋଗ କରିଥିଲେ। ବିଡ଼ିଓଙ୍କ ଏହି ସମାଜସେବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

