( ଶ୍ରେୟ ତରଙ୍ଗ ବ୍ୟୁରୋ ) : ମହାପ୍ରଭୁ ଶ୍ରୀ ଜଗନ୍ନାଥ , ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁ ୧୦୮ ସୁବାସିତ ସୁବର୍ଣ୍ଣ ଗରା ରେ ପାଣି ଗାଧୋଇ ଛନ୍ତି । ରତ୍ନବେଦୀ ରୁ ଆସି ସର୍ବ ସାଧାରଣ ଦର୍ଶନ ପରେ ସ୍ବତନ୍ତ୍ର ନିତିକାନ୍ତି ପୂଜା ପରେ ୧୦୮ ଗରା ରେ ଜଳ ଢ଼ାଳି ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତୀ ।

ଦିବ୍ୟ ମାନବ ଲୀଳା ଖେଳା କରୁଛନ୍ତି ସ୍ଵୟଂ ମହାପ୍ରଭୁ । ସ୍ନାନ ପରେ ଜରରେ ପଡ଼ି ଆଜିଠାରୁ ଅଣସର ଘରେ ମହାପ୍ରଭୁ ଗୁପ୍ତ ରେ ସେବା ପାଇବେ । ଅଲାରନାଥ ପୀଠର ଭକ୍ତ ମାନଙ୍କୁ ଦର୍ଶନ ଦେବେ । ସୁସ୍ଥ ହୋଇ ମାଉସୀ ଘରକୁ ଗୁଣ୍ଡିଚା ବାଡ଼ି କୁ ଯିବେ । ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଅପେକ୍ଷା ରେ ଅଛନ୍ତି, ଶ୍ରୀ ଜିଉ ମାନଙ୍କୁ ରଥରେ ଟାଣି ନେବା ପାଇଁ । ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି ପରେ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ମା’ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଥିଲା ।
ନିତିକାନ୍ତି ଅନୁସାରେ, ଜଗନ୍ନାଥଙ୍କୁ ୩୫ ଗରା ବଡ଼ ଭାଇ ଶ୍ରୀ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇ ଥିବା ବେଳେ, ଦେବୀ ମା’ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ମହାସ୍ନାନ କରାଯାଇ ଥିଲା ।
ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିର, ଇସ୍କନ ମନ୍ଦିର ରେ ମଧ୍ୟ ଦେବ ସ୍ନାନ ପୂର୍ଣ୍ଣିମା ର ସମସ୍ତ ନୀତି କାନ୍ତି ପାଳନ ହୋଇ ଯାଇଛି । ଫୁଲବାଣୀ ଜଗନ୍ନାଥ ମନ୍ଦିର ରେ ସ୍ବତନ୍ତ୍ର ଦେବ ନୀତି ପରେ ମହାପ୍ରଭୁ ଙ୍କୁ ସ୍ନାନ ମଣ୍ଡପ କୁ ଅଣାଯାଇ ପବିତ୍ର ଜଳ ରେ ସ୍ନାନ କରାଯାଇଥିଲା ।

ଫୁଲବାଣୀ ଇସ୍କନ ମନ୍ଦିର ରେ ମଧ୍ୟ ଆଜି ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରୀ ଜୀଉ ମାନଙ୍କର ଦେବ ସ୍ନାନ ନୀତି ପାଳନ କରିଥିଲେ । ଚକ୍ରଧର ପ୍ରଭୁ, ଧୃବାନନ୍ଦ ପ୍ରଭୁ, ନୃସିଂହ ପ୍ରଭୁ, ଅବଧୂତ ନିତ୍ୟାନନ୍ଦ ଦାସ, ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମାପନ କରିଥିଲେ । ନାମ ସଙ୍କୀର୍ତ୍ତନ ରେ ମତୁଆଲା ହୋଇ ଉଠିଥିଲେ ଶ୍ରଦ୍ଧାଳୁ ମାନେ ପରେ ସମୂହ ପ୍ରସାଦ ସେବନ କରିଥିଲେ ।


