ଗଣିଆ,. (ଶ୍ରେୟ ତରଙ୍ଗ) ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବୁଧବାର ଗଣିଆ ପଂଚାୟତ ସମିତି ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷା ଝୁନା ଜେନା, ଜିଲା ପରିଷଦ ସଭ୍ୟ ନରେଶ ବେହେରା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ଜିପିଓ ପ୍ରମୋଦ ସାହାଣୀ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଗଣିଆ ପଂଚାୟତ ଗିରିଧାରୀ ସେଠୀ ଙ୍କ ସମେତ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ, ରଘୁନାଥ ଜୀଉ ମହାବିଦ୍ୟାଳୟର ଖେଳ ଶିକ୍ଷକ, କିଶୋର ଚନ୍ଦ୍ର ବିଦ୍ୟାପୀଠର ଖେଳଶିକ୍ଷକ ଓ, ସମେତ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀ, ଓ ଗଣିଆ ଉନ୍ନୟନ କମିଟିର ସଂପାଦକ ଆନନ୍ଦ ଚନ୍ଦ୍ର ବେହେରା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ । ଜାନୁୟାରୀ ୨୬ ତାରିଖ ଭୋର ୫ଟାରୁ ପ୍ରଭାତଫେରୀ ଗଣିଆ ଠାରୁ ଆରମ୍ଭ ହୋଇ ବେଲପଡ଼ା , ବିଜୟନଗର, ପତଣ୍ଡା, କିଶୋରପ୍ରସାଦ ଏବଂ କରଡ଼ାପଡ଼ା ଗ୍ରାମ ରାମଧୁନରେ ଭ୍ରମଣ କରିବ । ସକାଳ ୭. ୩୦ମିରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାଅନୁଷ୍ଠାନରେ ପତାକା ଉତୋଳନ କରାଯିବ । ସକାଳ ୭ଘ.୪୫ମିରେ ଗାନ୍ଧୀ ମଇଦାନରେ ମହାବୀର ସଂସ୍କୃତିକ ପରିଷଦ ତରଫରୁ ପତାକା ଉତୋଳନ କରାଯିବ । ସକାଳ ଘ.୮.୩୦ରେ କିଶୋର ଚନ୍ଦ୍ର ବିଦ୍ୟାପୀଠରେ ପରିସରରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ପରେଡରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଅଭିବାଦନ ଗ୍ରହଣ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥ୍ôଲା ।ଏହି ଅବସରରେ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ, ତର୍କ ପ୍ରତିଯୋଗିତା, କୁଇଜ ଓ ସଙ୍ଗୀତ ଆଦି ପ୍ରତିଯୋଗୀତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । କଲେଜ ସ୍ତରରେ +୨ ଓ +୩ ଛାତ୍ରଛାତ୍ରମାନେ କୁଇଜ , ତର୍କ ଓ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେବେ । ୧ମ ଶ୍ରେଣୀରୁ ୮ମଶେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସ୍ଥିର କରାଯାଇଥିଲା ।

