ନୟାଗଡ, ( ଶ୍ରେୟ ତରଙ୍ଗ): ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନୟାଗଡ, ବିଡ଼ିଓ ଦଶପଲ୍ଲା , ଅତିରିକ୍ତ ତହସିଲଦାର ଓ ବୃତ୍ତଙ୍ଗ ଅଧୂକାରୀଙ୍କ ଉପସ୍ଥିତିରେ ବୃତ୍ତଙ୍ଗ ନଦୀ ବନ୍ଧ ବାସଚ୍ୟୁତ ସଂଗ୍ରାମ ସମିତିର ସଦସ୍ୟମାନଙ୍କର ୧୮ ଦଫା ଦାବି ଉପରେ ଗୁରୁହା ସ୍କୁଲ ପଡ଼ିଆଠାରେ ଏକ ବିଶେଷ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଭୂମି ଅଧୂଗ୍ରହଣ କ୍ଷତିପୂରଣ, ପ୍ରଭାବିତ ଅଞ୍ଚଳର ସମ୍ପତି ସର୍ଭେ, R&R ପ୍ୟାକେଜ୍ ଏବଂ ପୁନର୍ବାସ ଓ ଥଇଥାନ କଲୋନୀ ସମ୍ପର୍କିତ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ସ୍ଥାନୀୟ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଉଠିଥିବା ସମସ୍ୟାଗୁଡ଼ିକର ତ୍ବରିତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ପରେ ପରେ ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ଅନ୍ତର୍ଗତ କାର୍ଯ୍ୟରତ ଏକ ସୁଡ଼ଙ୍ଗର ତଦାରଖ କରିଥିଲେ, ନୟାଗଡ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ।

