ଶ୍ରେୟ ତରଙ୍ଗ ( ବ୍ୟୁରୋ ): ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦଶପଲ୍ଲା ର ସୀତାରାମ ୟୁଥ୍ କ୍ଳବ୍ ତାର ନୂତନ କର୍ମକର୍ତ୍ତା ଚୟନ କରିଛି । କ୍ଲବ୍ ର ନିୟମ ଅନୁସାରେ, ପ୍ରତି ଦୁଇ ବର୍ଷରେ ସଭାପତି ଓ ସମ୍ପାଦକ ପରିବର୍ତ୍ତନ ହୋଇଥାନ୍ତି । ବିଗତ ଦିନରେ କ୍ଳବର ବରିଷ୍ଠ ସଭ୍ୟ ଶ୍ରୀକାନ୍ତ ସାହୁ ସଭାପତି ଥିବା ବେଳେ , ଯୁବ ଚିତ୍ରଶିଳ୍ପୀ ଚନ୍ଦନ ସାହୁ ସମ୍ପାଦକ ରହିଥିଲେ । ଆଗାମୀ ଦୁଇ ବର୍ଷ ପାଇଁ ସର୍ବ ସମ୍ମତି ନିଷ୍ପତି କ୍ରମେ, ନୂତନ ସଭାପତି ମନୋରଞ୍ଜନ ସାହୁ ଏବଂ ସମ୍ପାଦକ ଭାବରେ ପୁଣି ଚନ୍ଦନ ସାହୁ ଙ୍କୁ ବଛା ଯାଇଛି । ସେହିଭଳି ଉପ ସଭାପତି ଭାବେ ଶ୍ରୀକାନ୍ତ ସାହୁ, ହିସାବ ରକ୍ଷକ ସତ୍ୟବ୍ରତ ସାହୁ ଓ ସହ ସମ୍ପାଦକ ସମୀର ସାହୁଙ୍କୁ ବଛା ଯାଇଛି । କ୍ଲବ୍ ର ପ୍ରମୁଖ ଉଦେଷ୍ଟା ଶ୍ରୀଯୁକ୍ତ ତ୍ରିନାଥ ସାହୁ, ଶ୍ରୀଯୁକ୍ତ ହାଡ଼ିବନ୍ଧୁ ମହାଖୁଡ଼, ଶ୍ରୀଯୁକ୍ତ ପଞ୍ଚାନନ ବେହେରା, ଶ୍ରୀଯୁକ୍ତ ରଘୁନାଥ ସାହୁ ଓ ଶ୍ରୀଯୁକ୍ତ ବିଘ୍ନେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଗତ ବର୍ଷର ମହକ ମହୋତ୍ସବ ର ଆୟ ବ୍ୟୟ ହିସାବ ହୋଇଥିବା ବେଳେ, ଆଗାମୀ ବର୍ଷ ରେ କ୍ଲବ୍ କଣ ନୂତନ କାର୍ଯ୍ୟ କରିବ ସ୍ଥିରୀକୃତ ହୋଇଛି ସେହିଭଳି, ଜାନୁଆରୀ ମାସରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ରେ ମହକ ମହୋତ୍ସବ ଅନୁଷ୍ଠିତ ହେବ । ବର୍ଷସାରା ଦଶପଲା ଅଞ୍ଚଳ ରେ ଅନୁଷ୍ଠାନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥାଏ । ନୟାଗଡ ଜିଲ୍ଲା ତଥା ଓଡ଼ିଶାରେ ସୀତାରାମ ୟୁଥ୍ କ୍ଳବ୍ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।

