ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଓଡ଼ିଶା ଜନତା କଂଗ୍ରେସ ( ଓଜେସି ) ର ରାଜ୍ୟ ଛାତ୍ର ସଭାପତି ହେଲେ ଆଦିତ୍ୟ ପରିଡ଼ା । ଛାତ୍ର ସଙ୍ଗଠନକୁ ରାଜ୍ୟବ୍ୟାପୀ ଅଧୂକ ସକ୍ରିୟ ଓ ସଙ୍ଗଠିତ କରିବା ଲକ୍ଷ୍ୟରେ ସଭାପତି ଇଂ. ମହମ୍ମଦ ମୋକିମ୍ ଆଡଭୋକେଟ୍ ଆଦିତ୍ୟ ପ୍ରସାଦ ପରିଡ଼ାଙ୍କୁ ଓଡ଼ିଶା ଛାତ୍ର ଜନତା ଓଜେସି ପକ୍ଷରୁ ଆଜି କଂଗ୍ରେସର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ଏହି ନିଯୁକ୍ତି ପରେ ରାଜ୍ୟ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ ଆଦିତ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜିଲା, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଛାତ୍ର ସଙ୍ଗଠନକୁ ଅଧୂକ ସକ୍ରିୟ କରିବା ସହ ଯୁବ ଓ ଛାତ୍ର ସମାଜକୁ ଦଳ ସହ ଯୋଡ଼ିବା ଉପରେ ଗୁରୁତ୍ବ ଦିଆଯିବ । ଛାତ୍ରଛାତ୍ରୀଙ୍କ ଶିକ୍ଷା, ନିଯୁକ୍ତି କ୍ୟାମ୍ପସ୍ ବିଭିନ୍ନ ସମସ୍ୟା ଏବଂ ଯୁବପିଢ଼ିଙ୍କ ଅଧୂକାର ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏକ ସଶକ୍ତ ଛାତ୍ର ଆନ୍ଦୋଳନ ଗଢ଼ି ତୋଳିବା ଦିଗରେ ନୂତନ ରାଜ ସଭାପତି କାର୍ଯ୍ୟ କରିବେ ବୋଲି ଦଳ ଆଶା ପ୍ରକାଶ କରିଛି।

ଆଦିତ୍ୟ ପରିଡ଼ା ଙ୍କ ଜନ୍ମ ସ୍ଥାନ ନୟାଗଡ ଜିଲ୍ଲା ହୋଇଥିବା ବେଳେ, ବିଗତ ଦିନରେ ସେ ନୟାଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ ନିର୍ବାଚନ ମଣ୍ଡଳୀ ରେ ଜିଲ୍ଲା ପରିଷଦ ସଭ୍ୟ ରୂପେ ପାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ । ଆଇନଜୀବୀ ହିସାବ ରେ ଯେତିକି ପରିଚିତ ଆଦିତ୍ୟ ହୋଇ ପାରିଛନ୍ତି, ସଂଗଠକ, ସମାଜସେବୀ ହିସାବ ରେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ ।

