କନ୍ଧମାଳ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ଠାରେ ୨ ଦିନିଆ ଇନଭେଷ୍ଟ- କନ୍ଧମାଳ ୨୦୨୫ ଉଦଘାଟିତ ହୋଇଛି l ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ୮୦ ଜଣ ପୁଞ୍ଜି ନିବେଶକାରୀ ଏହି ଦୁଇ ଦିନିଆ କର୍ମଶାଳା ରେ ଯୋଗ ଦେଇଛନ୍ତି ।

ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ପୁଞ୍ଜିନିବେଶକାରୀ ମାନଙ୍କୁ ଜିଲ୍ଲାରେ କେଉଁ କେଉଁ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇପାରିବ ଓ ସେଥିପାଇଁ ସରକାରଙ୍କ ତରଫରୁ କଣ କଣ ସୁଵିଧା ସୁଯୋଗ ଯୋଗାଇ ଦିଆଯିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ l ରାଜ୍ୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଏଭଳି କାର୍ଯ୍ୟକ୍ରମକୁ ଆସି ଖୁସି ପ୍ରକାଶ କରି କନ୍ଧମାଳ ଜିଲ୍ଲାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି l ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ପୁଞ୍ଜିନିବେଶ ସମ୍ମିଳନୀ ଆୟୋଜିତ ହେବାଦ୍ୱାରା ଜିଲ୍ଲାର ସାମୁହିକ ବିକାଶ ହେବ ଓ ସ୍ଥାନୀୟ ଜନସାଧାରଣ ମାନେ ମଧ୍ୟ ଉପକୃତ ବୋଲି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି l ପ୍ରଥମ ଥର ଅନୁଷ୍ଠିତ ଏହି ପୁଞ୍ଜିପତି ସମ୍ମିଳନୀରେ ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ଜିଲ୍ଲାରେ ଦୁଇ ଶହ କୋଟି ଟଙ୍କା ବିନିଯୋଗ କରିବା ନେଇ ପୁଞ୍ଜି ନିବେଶକାରୀ ମାନେ ସହମତି ପ୍ରକାଶ କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଏଥି ସହିତ ପୁଞ୍ଜିନିବେଶ କାରୀ ମାନେ ଭିତ୍ତିଭୂମି ଦେଖିବା ପାଇଁ ଆଜି ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରଙ୍କ ଦ୍ଵାରା ସ୍ୱୀକୃତୀପ୍ରାପ୍ତ ଜମି ବୁଲି ଦେଖିଥିଲେ l


