ଓଡ଼ଗାଁ (ଶ୍ରେୟ ତରଙ୍ଗ): ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ ସହ ୨୦ହଜାର ଟଙ୍କା ର ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି ଓଡ଼ଗାଁ ଜିଲ୍ଲା ଅତିରିକ୍ତ ଦୌରଜାଜ୍ ମାନ୍ୟବର ବିଚାରପତି ମାନସ ରଞ୍ଜନରଥ ।

ସୂଚନା ଅନୁସାରେ, ଓଡ଼ଗାଁ କେଶରପୂର୍ ଗାଁର ଅନିଲ ଜେନା, ସୁଭଦ୍ରା ସ୍ୱାଇଁ କୁ ହିନ୍ଦୁ ରୀତିନୀତି ପରମ୍ପରା ଅନୁସାରେ ବିବାହ କରିଥିଲେ । ଅନିଲ ଫୁଲବାଣୀ ରେ ଅଷ୍ଟମ ବାଟାଲିୟନ ରେ ହାବିଲଦାର ଭାବେ ଚାକିରି କରିଥିଲେ । ଫୁଲବାଣୀ ରେ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ରଖି ଆସିଥିଲେ । ବିବାହ ପରେ ମଧ୍ୟ, ଉକ୍ତ ଯୁବତୀ ଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ, ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗିଥିଲା । ସ୍ତ୍ରୀଙ୍କୁ ସବୁଦିନ ରାସ୍ତା ରୁ ହଟେଇ ଦେବା ପାଇଁ ଅନିଲ ଯୋଜନା କରିଥିଲେ, ଦୁଇ ସହଯୋଗୀ ଙ୍କ ସହ, ଅନିଲ ନିଜ ସ୍ତ୍ରୀ ସୁଭଦ୍ରା ଙ୍କ ତନ୍ତ୍ତି ଚିପି ୨୦୧୬ ଜାନୁଆରୀ ମାସ ୧ ତାରିଖ ଦିନ ଜାମୁଝରି ରାସ୍ତା ରେ ହତ୍ୟା କରିଥିଲେ । ସରକାରୀ ଓକିଲ ଇନ୍ଦୁଭୂଷଣ ମିଶ୍ର ମାମଲା ଲଢ଼ୁଥିଲେ ।

