କନ୍ଧମାଳ ବ୍ୟୁରୋ, (ଶ୍ରେୟ ତରଙ୍ଗ) ଯବାନଙ୍କୁ ଟାର୍ଗେଟ କରି IED ବୋମା ଖଞ୍ଜିଥିଲେ ମାଓବାଦୀ । କିନ୍ତୁ ସତର୍କତାର ସହିତ ଦୁଇଟି IED ବୋମାକୁ କୁମ୍ବିଂ ଟିମ ଠାବ କରିବା ସହିତ ନିଷ୍କ୍ରିୟ କରି ଦେଇଛନ୍ତି ଓ ଗୋଟିଏ ମାଓ କ୍ୟାମ୍ପକୁ ଠାବ କରିବାରେ ସଫଳ ହୋଇଛନ୍ତି କୁମ୍ବିଂ ଅପେରସନ ଟିମ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ CRPF ଏବଂ SOG ଯବାନ ମିଳିତ ଭାବେ କୁମ୍ବିଂ ଅପେରସନ କରୁଥିବା ବେଳେ ଏହି ଦୁଇଟି IED ବୋମା ଏବଂ ମାଓ କ୍ୟାମ୍ପକୁ ଠାବ କରିଛନ୍ତି । ମାଓ କ୍ୟାମ୍ପରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । କ୍ୟାମ୍ପରୁ ମିଳିଥିବା ସାମଗ୍ରୀକୁ ଦେଖି ସେଠାରେ ପ୍ରାୟ 15 ରୁ ଅଧିକ ମାଓବାଦୀ ରହୁଥିଲେ ବୋଲି ସନ୍ଦେହ କରାଯାଉଛି । KKBN ମାଓବାଦୀ ସଂଘଠନର 8th କମ୍ପାନୀର ମାଓବାଦୀ ମାନେ ସେଠାରେ କ୍ୟାମ୍ପ କରିଥିବା ନେଇ ସନ୍ଦେହ କରାଯାଉଥିବା କନ୍ଧମାଳ SP ହରିଶ ବି. ସି କହିଛନ୍ତି । ଛତିଶଗଡ଼ ରେ ଆଇଡି ବୋମା ବିସ୍ଫୋରଣ ରେ ଆଠ ଜଣ ଯବାନ ସହୀଦ ହୋଇଥିବା ବେଳେ, ଏବେ ଛତିଶଗଡ଼ ରେ କମ୍ବିଂ ଅପରେସନ କୁ ଜୋରଦାର କରାଯାଇଛି । ଆତ୍ମଗୋପନ କରିବାପାଇଁ ମାଓବାଦୀ ମାନେ ଏବେ ଓଡ଼ିଶା ମୁହାଁ ହେଉଥିବା ଅନୁମାନ କରାଯାଉଛି ।
Trending
- ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
- ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
- ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
- ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
- କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
- କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
- ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
- ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.

