ଦଶପଲ୍ଲା ( ଶ୍ରେୟ ତରଙ୍ଗ) ରାଜ୍ୟରେ ବିଜେପି ସରକାର ଆସିବାପରେ, ଧାନର ଦରବୃଦ୍ଧି କରି ୩୧୦୦ ଟଙ୍କା କରିଛନ୍ତି । ତେଣୁ ଚାଷୀ ବେଶ୍ ଆଗ୍ରହ କରୁଛନ୍ତି ସୋଷାଇଟ ମାଧ୍ୟମରେ ଧାନ ବିକ୍ରି କରିବାକୁ । କିନ୍ତୁ ଧାନ କିଣିବା ବେଳେ, ମିଲର ମାଲିକ୍ ଓ ଶୋଷାଇଟ ସମ୍ପାଦକ ସଭାପତିଙ୍କ ମନମାନି ଯୋଗୁଁ ଚାଷୀ କ୍ଷତି ରେ ପଡୁଛନ୍ତି । ତେଣୁ ବିଭିନ୍ନ ସମୟ ରେ ନୟାଗଡ଼ ଜିଲ୍ଲାରେ ରାଇସ ମିଲ ମାଲିକ୍ ଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ ହେଉଥିବା ଦେଖାଯାଉଛି ।

ସୂଚନା ଅନୁସାରେ, ଦଶପଲ୍ଲା ବ୍ଲକ୍ ଚଢ଼େୟାପଲି ଗ୍ରାମ ପଞ୍ଚାୟତ ବ୍ଲକ୍ ସଦର ମହକୁମା ଠାରୁ ଚାଳିଶ କିଲୋମିଟର ଦୂରରେ ଅବସ୍ଥିତ, ପ୍ରାୟ ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକମାନେ ଏହି ପଞ୍ଚାୟତରେ ଅଧିକ ବସବାସ କରନ୍ତି । ଛୋଟବଡ଼ ୩୮ଖଣ୍ଡ ଗ୍ରାମକୁ ନେଇ ପଞ୍ଚାୟତ ଗଠନ ହୋଇଛି ପଞ୍ଚାୟତର ଲୋକମାନେ କୃଷି ଓ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ବେଳେ, ଧାନ ଚାଷ କରି ଅଞ୍ଚଳବାସୀ ଜୀବିକା ନିର୍ବାହ କରନ୍ତି । ଚଳିତ ବର୍ଷ ରାଜ୍ୟରେ ବିଜେପି ସରକାର ଆସିବା ପରେ, ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ୩୧୦୦ ଟଙ୍କା କରିଛନ୍ତି, ତେଣୁ ଚାଷୀ ବହୁତ୍ ଖୁସି ଅଛନ୍ତି ସୋସାଇଟ ମାଧ୍ୟମରେ ଧାନ ମଣ୍ଡିରେ ଦେବା ପାଇଁ । ଚଢ଼େୟାପଲି ପଞ୍ଚାୟତରେ ଧାନ ନେବା ପାଇଁ ଦଶପଲ୍ଲାରେ ଥିବା ଜୟ ମହାବୀର ରାଇସ ମିଲ୍ କୁ ଚିଠି ହୋଇଥିବା ବେଳେ, ଏହାକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରି ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି

ଅଞ୍ଚଳ ବାସୀଙ୍କ ଅଭିଯୋଗ, ଜୟମହାଵୀର ରାଇସ ମିଲ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ , କଟନି ଛଟନି ଅଧିକ କରୁଛି । ମିଲର୍ ମାଲିକ୍ ରାଜନୈତିକ ବ୍ୟକ୍ତି ହୋଇଥିବାରୁ , ଲୋକମାନଙ୍କୁ ଧାନ କିଣିବା ବେଳେ, ଭୟଭୀତ କରେଇବା ସହ ମନଇଛା ଧାନ ଉଠାନ କରୁଛି । ତେଣୁ , ଚାଷୀ ମାନେ ଉଚିତ ସମୟରେ ଧାନ ଦେଇ ପାରୁନଥିବା ବେଳେ , ଧାନର ପ୍ରକୃତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଜୟ ମହାବୀର ରାଇସ ମିଲ ବଦଳରେ ରୋହିବାଙ୍କରେ ଥିବା ମା ମହାଲକ୍ଷ୍ମୀ ରାଇସ ମିଲକୁ ଧାନ ଉଠେଇବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ଗତ ବର୍ଷ ମଧ୍ୟ ସମାନ ଅସୁବିଧା ହେତୁ , ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ ଓ ଚାଷୀଙ୍କ ଦୁଃଖ ମଧ୍ୟ ଜିଲ୍ଲାପାଳ ଶୁଣିଥିଲେ । ଚଳିତ ବର୍ଷ ଜିଲ୍ଲାପ୍ରଶାସନ ଚାଷୀଙ୍କ ଅନୁରୋଧକୁ କେତେଦୂର ଗ୍ରହଣ କରୁଛନ୍ତି, ସମୟକୁ ଅପେକ୍ଷା କରିଛନ୍ତି ଅଞ୍ଚଳ ବସି ।

