ନୟାଗଡ଼ ( ଶ୍ରେୟ ତରଙ୍ଗ ): ନୟାଗଡ଼ ବନଖଣ୍ଡ ପଞ୍ଚିରିଡା ମାନପୁର ବିଟ୍ ରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଶିଶିର ସାହୁଙ୍କ ମୃତ ଦେହ ତାଙ୍କ ଘରୁ ମିଳିଛି । ଗତକାଲି ରାତିରେ , ନୟାଗଡ଼ ବାରମାସୀ ଦଣ୍ଡା ରେ ଥିବା ଘର ଭିତରୁ ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିଥିବା ବେଳେ, ତାଙ୍କ ସ୍ତ୍ରୀ ନମିତା ଗୁରୁତର ଆହତ ହୋଇ ଏବେ ଚିକିତ୍ସା ହେଉଛନ୍ତି ।

ପୁଅ ଅଭିଷେକ କିନ୍ତୁ ସମ୍ପୂର୍ଣ ସୁସ୍ଥ ଅଛନ୍ତି । ଘରେ ଥିବା ଏକ ସ୍କୁଟି ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇଥିବା ବେଳେ, ଘରର ଅନ୍ୟାନ୍ୟ ଅସବାପତ୍ର ମଧ୍ୟ ପୋଡ଼ି ଯାଇଛି । ଘଟଣା ସ୍ଥଳରେ ନୟାଗଡ଼ ଦମକଳ ଅଫିସ ଓ ପୋଲିସ ପହଞ୍ଚି ନିଆଁ କୁ ଆୟତ କରିବା ସହ , ମୃତ ଦେହ ଉଦ୍ଧାର କରିଥିଲା । ନୟାଗଡ଼ ଟାଉନ ଥାନା ଏକ ଅପମୃତ ମାମଲା ରୁଜୁ କରି, ତଦନ୍ତ ଆରମ୍ଭ କରିଛି । ମୃତ ଶିଶିର ସାହୁଙ୍କ ଦେହରେ ନିଆଁ କେମିତି ଲାଗିଲା, ଏହା ଆତ୍ମହତ୍ୟା ନା ହତ୍ୟା ବୋଲି ସର୍ବସାଧାରଣ ରେ ଚର୍ଚା ହେଉଥିବା ବେଳେ, ଏହି ଘଟଣା ଉପରୁ କେବେ ପୋଲିସ ସନ୍ଦେହ ଦୂର କରୁଛି ? ଅନ୍ୟପଟେ ଫରେଷ୍ଟର ଶିଶିର ସାହୁ ଜଣେ ଭଲ ଲୋକ ଥିଲେ ।

