ନୟାଗଡ଼ ( ଶ୍ରେୟ ତରଙ୍ଗ ) : ନୂଆଗାଁ ବ୍ଲକ୍ ମାଇଛେଳି ପଞ୍ଚାୟତ ସମ୍ପଡ଼ା ଚିନ୍ତାମଣି ବିଦ୍ୟାପୀଠ ର ପୁରାତନ ଛାତ୍ର ସଂସଦ ର କର୍ମକର୍ତ୍ତା ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ନୟାଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଚିନ୍ତାମଣି ବିଦ୍ୟାପୀଠ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ପୁରାତନ ଛାତ୍ର ସଂସଦ ଗଠନ ହୋଇ ବିଦ୍ୟାଳୟ ର ବିକାଶ ମୂଳକ କାର୍ଯ୍ୟକ୍ରମ ହେଉ ଅଛି । ଆମ ବିଦ୍ୟାଳୟ ଗଠନ ହୋଇ 5t ରେ ବିଦ୍ୟାଳୟ ର ବିକାଶ ହୋଇଥିଲା । ଛାତ୍ର ସଂସଦ ଗଠନ ପରେ, ପ୍ରତି ବର୍ଷ ବିଦ୍ୟାଳୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଗତ ବର୍ଷ ବିଦ୍ୟାଳୟ ର କଳା ଶିକ୍ଷକ ପୁରୁଷୋତ୍ତମ ପରିଡ଼ା, ବିଦ୍ୟାଳୟର କିରାଣୀ ଯୁଧିଷ୍ଠିର ନାୟକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଚରଣ ମାର୍ଥା ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପୁରାତନ ଛାତ୍ର ସଂସଦ ତରଫରୁ ଦିଆ ଯାଇଥିଲା । ଆଗାମୀ ଦିନରେ କିଭଳି ସରସ ସୁନ୍ଦର ଭାବେ ପୁରାତନ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଆଲୋଚନା ହୋଇଥିଲା । ରାଜ୍ୟ ସରକାର ବଦଳିବା ପରେ, ମୋ ବିଦ୍ୟାଳୟ ଅଭିଯାନ ପରିବର୍ତ୍ତନ ହୋଇ , ପଞ୍ଚସଖା ଶିକ୍ଷା ସେତୁ ଯୋଜନା କାର୍ଯ୍ୟକାରୀ ହେଉଅଛି । ପୁରାତନ ଛାତ୍ର ସଂସଦ ନିଷ୍ପତି ଅନୁସାରେ ନୂଆ ସରକାରୀ ଯୋଜନା କୁ ବିଦ୍ୟାଳୟ ରେ ପ୍ରଣୟନ କରାଯାଇ କିଭଳି ବିଦ୍ୟାଳୟ ର ପୂର୍ଣ୍ଣ ବିକାଶ ହୋଇ ପାରିବ, ଆଲୋଚନା ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା, ହିନ୍ଦୀ ଶିକ୍ଷକ ହୃଷୀକେଶ ପ୍ରଧାନ, ଉପସ୍ଥିତ ରହି ସୁ ଚିନ୍ତିତ ମତାମତ ଦେବା ସହ, ପୁରାତନ ଛାତ୍ର ସଂସଦ କୁ କିଭଳି ଆଗକୁ ନେଇ ଆହୁରି ସରସ ସୁନ୍ଦର୍ କରିହେବ, ମାର୍ଗ ଦେଖାଇ ଥିଲେ । ଆସନ୍ତା ଜୁନ ୨୨ ତାରିଖ ରେ ଛାତ୍ର ସାଂସଦ ର ବର୍ଦ୍ଧିତ ପରିଚାଳନା କମିଟି କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ଡିସେମ୍ବର ୨୧ ତାରିଖ ରେ ଛାତ୍ର ସାଂସଦ ର ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହ ଏକ ମୁଖବନ୍ଧ ବା ବାର୍ଷିକ ପତ୍ରିକା ପ୍ରକାଶିତ ହେବ । ବିଦ୍ୟାଳୟ ରେ ପାଠ ପଢିଥିବା ପୁରାତନ ଛାତ୍ର ଛାତ୍ରୀ ମାନେ , ସେମାନଙ୍କର ନିଜସ୍ୱ ଲେଖା ଦେବେ । ଛାତ୍ର ସଂସଦ ସଭାପତି ଶିକ୍ଷକ ପ୍ରମୋଦ ଖଣ୍ଡୁଆଲ, ସମ୍ପାଦକ ଶିକ୍ଷକ ସୁଧୀର ପ୍ରଧାନ ଙ୍କ ଉପସ୍ଥିତ ରେ ପୁରାତନ ଛାତ୍ର କମିଟି ର ପରିଚାଳନା ଦାୟିତ୍ଵ ରେ ଥିବା ଲିଙ୍ଗରାଜ ପରିଡ଼ା, ବିଭୂତି ପ୍ରଧାନ, ଦେବାନନ୍ଦ ପରିଡ଼ା, ଗୋଲଖ କୁମାର ଗୋଛାୟତ, ସୁରେନ୍ଦ୍ର ଖଣ୍ଡୁଆଲ୍, ସଂଯୁକ୍ତା ପରିଡ଼ା, ପ୍ରଭାତୀ ପରିଡ଼ା, ପ୍ରକାଶ ଚନ୍ଦ୍ର ପ୍ରଧାନ , ଜ୍ୟୋତି ରଂଜନ ପ୍ରଧାନ, ସାମ୍ବାଦିକ ଚିନ୍ମୟ ପ୍ରଧାନ, ଉତ୍ପଳ କୁମାର ସାହୁ, ରଶ୍ମିରଞ୍ଜନ ମାଟି, ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ । ସର୍ବ ସମ୍ମତି କ୍ରମେ ଶିକ୍ଷକ ପ୍ରଶାନ୍ତ ପ୍ରଧାନଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯିଛି ।

