ଶ୍ରେୟ ତରଙ୍ଗ ( କନ୍ଧମାଳ ବ୍ୟୁରୋ ) : ପିନ୍ ଗିଳି ଓଏଭି ସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ ହୋଇଛି । ଫୁଲବାଣୀ ବ୍ଲକ୍ ବେଲପଦର ଧୋବାତୋଟା ଓଡ଼ିଶା ଆଦର୍ଷ ବିଦ୍ୟାଳୟ ରେ ଛାତ୍ର ଜଣକ ପାଠ ପଢୁଥିବା ବେଳେ, ତାଙ୍କ ଘର ଦାରିଙ୍ଗିବାଡି ବ୍ଲକ୍ ରେ ।

ନୋଟିସ ବୋର୍ଡ ରେ ଲଗାଯାଇଥିବା ନୋଟିସ କୁ ତୁଷାର ମିଶ୍ର ଦେଖୁ ଦେଖୁ ଭୁଲ ବଶତଃ ନୋଟିସ ବୋର୍ଡ ରୁ ପିନ୍ ଟିକୁ କାଡ଼ି ଅନ୍ୟ ମାନସ୍କରେ ଗିଳି ଦେଇଥିଲେ । ପିନ୍ ଟିକୁ ଗିଳିବା ପରେ ଛାତ୍ର ତୁଷାର ମିଶ୍ର ତତକ୍ଷଣାତ୍ ସ୍କୁଲ କତୃପକ୍ଷଙ୍କୁ ଜଣାଇଥିଲେ ଏବଂ ଘରକୁ ଯିବା ପାଇଁ ଏକ ଦରଖାସ୍ତ ମଧ୍ୟ ଦେଇଥିଲେ ବାରମ୍ବାର ମିନତି ପରେ ମଧ୍ୟ ସ୍କୁଲ କତୃପକ୍ଷ ଏହାକୁ ହେୟ ଜ୍ଞାନ ମନେ କରି ଅପରାହ୍ନ ୪ ଘଣ୍ଟିକା ସମୟରେ ଅଷ୍ଟମ ଶ୍ରେଣୀ ଛାତ୍ର ତୁଷାର ମିଶ୍ରଙ୍କ ପରିବାର ବର୍ଗଙ୍କୁ ଜଣାଇ ଥିଲେ ତତକ୍ଷଣାତ୍ ପରିବାର ଲୋକେ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଅସ୍ତ୍ରୋପଚାର ହୋଇଥିଲା ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ଵ ହୋଇ କୋମା ଅବସ୍ଥା କୁ ଚାଲି ଯାଇଥିଲା ।

ପରିବାର ଲୋକ ତୁରନ୍ତ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଥିଲେ । ଚିକିତ୍ସା ଚାଲୁଥିବା ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ର ତୁଷାର ମିଶ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ପାଖରୁ ଖବର ମିଳିଛି । ଅପର ପକ୍ଷରେ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କ ପୁଅକୁ ହରାଇ ଛନ୍ତି ବୋଲି କହିଥିବା ଜଣାପଡିଛି ଏବଂ ଏଥି ସହିତ ତୁଷାର ପିନ୍ ଗିଳିବା କଥା ସ୍କୁଲ କତୃପକ୍ଷଙ୍କୁ ବାରମ୍ବାର ଜଣାଉଥିବାର ସିଶି ଟିଭି ର ଯାଞ୍ଚ ପାଇଁ ଦାବି କରି ସ୍କୁଲ କତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ଦାରିଙ୍ଗିବାଡି ଥାନା ରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ।

